Skip to main content
Source
Onindia
https://odia.oneindia.com/odisha/no-criminal-case-against-cm-naveen-patnaik-adr-report-018295.html
Author
Prabir Satapathy
Date
City
Bhubaneswar

ଦେଶର ୧୩ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ହେଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନାହିଁ ଗୋଟିଏ ବି ଅପରାଧିକ ମାମଲା ।

ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ସାରା ଦେଶରେ ନବୀନ ସ୍ବଚ୍ଛ ଓ ନିର୍ମଳ ଶାସନ ପାଇଁ ପରିଚିତ ।ତେବେ ତାଲିକାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି ଅପରାଧିକ ମାମଲା ରହିଛି । ଯେଉଁ ମାମଲା ଗୁଡିକ ମଧ୍ୟରେ ୩୭ଟି ଅତି ସଙ୍ଗୀନ ମାମଲା ରହିଛି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନାଁରେ ୪୭ଟି ମାମଲା ରହିଛି । ଏହି ତାଲିକାର ତୃତୀୟରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନମୋହନଙ୍କ ନାଁରେ ମୋଟ ୩୮ଟି ମାମଲା ରହିଥିବା ବେଳେ ୩୫ଟି ସଙ୍ଗୀନ ଅପରାଧିକ ମାମଲା ରହିଛି ।

ସେହିଭଳି ଦେଶର କୋଟିପତି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରଥମରେ ରହିଛନ୍ତି । ଜଗନମୋହନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୧୦ କୋଟିରୁ ଅଧିକ । ସେହିପର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ସେ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ।

ରାଜନେତା ଭାବେ ଅନ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରେରଣାଦାୟକ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।


abc